ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ , ଭୋର ୫ଟା ୪୫ରେ ପାକ ତ୍ୟାଗ

ଭୁବନେଶ୍ୱର – ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଅପରାହ୍ଣ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ ମଧ୍ୟ ଚନ୍ଦ୍ର ଉଦୟ ହୋଇନଥିବାରୁ ତାହା ଓଡ଼ିଶାରେ ଦେଖାଯିବ ନାହିଁ । ଅପରାହ୍ନ ୫ଟା ୫ରେ ଚନ୍ଦ୍ର ଉଦୟ ସମୟରୁ ଓଡ଼ିଶାରେ ୬ରୁ ୭ ମିନିଟ୍ ପର୍ଯ୍ୟନ୍ତ ଗ୍ରହଣ ଦୃଶ୍ୟମାନ ହେବ । ବିଭିନ୍ନ ଜିଲ୍ଲାରେ ଏହା ଭିନ୍ନ ଭିନ୍ନ ସମୟରେ ଦୃଶ୍ୟମାନ ହେବ । ଭୁବନେଶ୍ୱରବାସୀ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାତ୍ର ୬ ମିନିଟ୍ ଦେଖିବାକୁ ପାଇପାରିବେ । ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ମଙ୍ଗଳବାର ଭୋର୍ ୫ଟା ୫୪ରୁ ପାକତ୍ୟାଗ ସହ ଦେବନୀତି ବନ୍ଦ ରହିବ ।

Comments are closed.