ରାଜ୍ୟସଭା ପିଟିସନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଜେଡି ସଦସ୍ୟ ସୁଜିତ କୁମାର

ଭୁବନେଶ୍ବର – ରାଜ୍ୟସଭା ପିଟିସନ କମିଟି ଅଧ୍ୟକ୍ଷ ଭାବେ ବିଜେଡି ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ଆଜି ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା ଓ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁପାରିଶ ଆଧାରରେ ସୁଜିତ କୁମାରଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକର ଚଳିତମାସ ୨ ତାରିଖରେ ରାଜ୍ୟସଭା ପିଟିସନ କମିଟିର ପୁର୍ନଗଠନ କରିଛନ୍ତି। ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବା ପରେ ସୁଜିତ କୁମାର ଟ୍ବିଟ କରି ଖୁସି ବ୍ୟକ୍ତ କରିବା ସହ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଓ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Comments are closed.