କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ: ଦିନ ୨ଟା ୩୯ରେ ଗ୍ରହଣ ସ୍ପର୍ଶ, ସଂଧ୍ୟା ୬ଟା୧୯ରେ ସର୍ବମୋକ୍ଷ

ନଭେମ୍ବର ତା୮ରିଖ କାର୍ତ୍ତିକ ପୂର୍ଣିମା, (ରାହୁଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ) ପାଳନୀୟ କାରିକା।

ଗ୍ରହଣସ୍ପର୍ଶ -ଦିବା ଘ୨।୩୯ ।୧୪ ସେକେଣ୍ଡ ସମୟେ। (ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ୟ) ଐଶାନ୍ୟେ ବ୍ୟାପି ପୂର୍ବେ।

ଗ୍ରହଣ ମଧ୍ଯ-ଦିବା ଘ୪।୨୯।୧୨ସେକେଣ୍ଡ ସମୟେ। (ସର୍ବାଧିକ ଗ୍ରାସ- ଚନ୍ଦ୍ରୋଦୟ ହୋଇ ନଥିବାରୁ ଅଦୃଶ୍ୟ)।

ପୁରୀଠାରେ : ଗ୍ରସ୍ତୋଦୟ ଗ୍ରହଣ ସଂଧ୍ୟା ଘ୫।୬।୨୯ ସେକେଣ୍ଡରେ ଦୃଶ୍ୟ।

ଗ୍ରହଣ ସର୍ବମୋକ୍ଷ-ସଂଧ୍ୟା ଘ୬।୧୯।୫ସେକେଣ୍ଡ ସମୟେ ବାୟବ୍ୟ ବ୍ୟାପି ପଶ୍ଚିମେ।

ଗ୍ରହଣ ଆଦ୍ୟନ୍ତକାଳ-ଘ୩।୩୯।୫୧ ସେକେଣ୍ଡ।

ପୁରୀଠାରେ ଗ୍ରହଣ ଦୃଶ୍ୟକାଳ-ଘ୧ ।୧୨। ୩୬ ସେକେଣ୍ଡ ।ସମୟ ଅର୍ଥାତ୍‌ ଗ୍ରହଣ ସ୍ପର୍ଶ-ଦିବା ଘ୨/୩୯ ମିନିଟ୍ ସମୟେ (ଚନ୍ଦ୍ର ଉଦୟ ହୋଇନଥିବାରୁ ଅଦୃଶ୍ୟ) ଗ୍ରହଣ ମଧ୍ୟ-ଦିବା ଘ୪।୨୯ ମିନିଟ୍ ସମୟେ ଗ୍ରହଣ ଦୃଶ୍ୟ-ସଂଧ୍ୟା ଘ୫।୬।୨୯ ସେକେଣ୍ଡ ସମୟେ ଏବଂ ଗ୍ରହଣ ମୋକ୍ଷ-ସଂଧ୍ୟା ଘ୬।୧୯ ମିନିଟ୍ ସମୟେ ହେବ ।

ଚନ୍ଦ୍ର ଗ୍ରହଣ ଯୋଗୁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ – ତା୮ ।୧୧।୨୦୨୨ ମଙ୍ଗଳବାର ପ୍ରାତଃ ଘ୫।୩୯ ଠାରୁ ପାକତ୍ୟାଗ ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ । ପ୍ରତ୍ୟେକ ଗୃହୀ ଏ ନିୟମ ମାନି ନଭେମ୍ବର ତା୮ରିଖ ମଙ୍ଗଳବାର ପ୍ରାତଃ ଘ୫।୩୯ ମଧ୍ୟ ପାକକର୍ମାଦି ଓ ଅନ୍ନଭୋଜନ ଏବଂ ଦେବନୀତି କରିବେ । ତା ପରଠାରୁ ଅର୍ଥାତ୍ ପ୍ରାତଃ ଘ୫।୩୯ ଠାରୁ ମଙ୍ଗଳବାର ସଂଧ୍ୟା ଘ୬।୧୯ ମଧ୍ୟେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ । କିନ୍ତୁ ବାଳକ ବୃଦ୍ଧ ରୋଗୀଙ୍କ ପକ୍ଷେ ନିୟମ ଲଙ୍ଘନୀୟ । କୌଣସି ଗର୍ଭିଣୀ ଉକ୍ତ ସମୟରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡ଼ିଆ ରଖି ଘର ଭିତରେ ରହି ଶ୍ରୀ ବିଷ୍ଣୁଙ୍କର ଦ୍ବାଦଶ ଅକ୍ଷର ମନ୍ତ୍ର ଜପ କରିବା ଉଚିତ୍ । ସଂଧ୍ୟା ଘ୬।୧୯ ମିନିଟ୍ ପରେ ସ୍ନାନାଦି ଅନ୍ତେ ଦେବପୂଜା ପାକକର୍ମ ଓ ଭୋଜନ କରଣୀୟ ।ଦୈନନ୍ଦିନ ଦେବପୂଜା ଏ ସମୟ ପରେ କରଣୀୟ ।ଉକ୍ତଦିନ ଶ୍ରାଦ୍ଧ ପଡ଼ିଲେ ଆମ ଓ ହେମାଦି ଦ୍ରବ୍ୟ ଦ୍ବାରା ଶ୍ରାଦ୍ଧ (ପାକାଦି ବିନା ଦ୍ରବ୍ୟରେ ପିଣ୍ଡଦାନ) କରଣୀୟ ।

ଗ୍ରହଣ ଦର୍ଶନେ ଚନ୍ଦ୍ର ଶୁଦ୍ଧି – ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ଓ ମୀନ ରାଶିଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ ।

ଗ୍ରହଣ ଦର୍ଶନେ ନକ୍ଷତ୍ର ଶୁଦ୍ଧି– ଅଶ୍ୱିନୀ କୃତ୍ତକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ବାତୀ ଅନୁରାଧା ମୂଳା ଉତ୍ତରାଷାଢ଼ା ଶ୍ରବଣା ଶତଭିଷା ଉତ୍ତରଭାଦ୍ର ନକ୍ଷତ୍ରଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ ।

ଗ୍ରହଣ ସ୍ପର୍ଶ ସମୟେ ସ୍ନାନମନ୍ତ୍ର – ସ୍ଵସ୍ଥାନ ଗମ୍ୟତା ରାହୋ ତ୍ୟଜତାଂ ଚନ୍ଦ୍ରସଂଗମଃ,କର୍ମ ଚାଣ୍ଡାଳ ଯୋନେସ୍ଥ ମମ ପାପ କ୍ଷୟଂ କୁରୁ ।

ଅର୍ଘ୍ୟଦାନ ମନ୍ତ୍ର ଯଥା- ଶଶ ଲାଞ୍ଛନ ଭୂଚନ୍ଦ୍ର ସିଂହିକେୟରିପୋପ୍ରଭୋ ଅର୍ଘ୍ୟ ଦଦାମି ଦେବେଶ ରାହୁ ଗ୍ରହ ବିମୋଚନାତ୍ ।

ମୁକ୍ତ୍ତୈ। ସ୍ନାନ ମନ୍ତ୍ର– ଯଥା ପଦୋ ବିମୁକ୍ତସି ରାହୋଗ୍ରହ ସଂକଟାତ୍,ତଥାତ୍ବଂ ରୋହିଣୀକାନ୍ତ ଆପଦୋମା ବିମୋଚୟ ।

( ସଂଗୃହିତ )

Comments are closed.