ପଦ୍ମପୁର ପାଇଁ ବିଜେଡିର ପ୍ରସ୍ତୁତି : ରାଜୁ ଘିବେଲାଙ୍କୁ ଦଳର ରାଜ୍ୟ ସଂପାଦକ ଦାୟିତ୍ଵ 

ବରଗଡ – ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିଲା ବେଳେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପରେ ବିଜେଡି ସ୍ଥାନୀୟ ନେତା ରାଜୁ ଘିବେଲାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛି । ବିଜେଡିର ରାଜ୍ୟ ସଂପାଦକ ଭାବେ ରାଜୁଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜୁ ଘିବେଲାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା ।

ବିଜେଡିରେ ସାମିଲ ହେବା ପୂର୍ବରୁ ରାଜୁ ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ସ୍ୱାଧୀନ ଭାବେ ଛିଡା ହେବା ପୂର୍ବରୁ ରାଜୁ ବିଜେପିରେ ଥିଲେ । କିନ୍ତୁ ଟିକେଟ ନ ପାଇବାରୁ ବିଜେପି ଛାଡି ସହ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

Comments are closed.