ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ ଅବହେଳା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି 

ବରଗଡ଼ – ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ବରଗଡ଼ ଗାନ୍ଧୀଛକରେ ବିଜେଡି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସମେତ ବହୁ ବିଜେଡି କର୍ମୀ ଓ ଚାଷୀ ବିକ୍ଷୋଭରେ ସାମିଲ ହୋଇଛନ୍ତି । ବିଭିନ୍ନ ଆଳ ଦେଖାଇ ବୀମା କମ୍ପାନୀଗୁଡ଼ିକ ଚାଷୀଙ୍କୁ ବୀମାରାଶି ପ୍ରଦାନରେ ଅବହେଳା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏଥିପାଇଁ ଫସଲ ନଷ୍ଟ ହେଲେ ମଧ୍ୟ ବୀମାରାଶି ପାଇପାରୁ ନାହାନ୍ତି ଚାଷୀ । ପ୍ରଧାନମନ୍ତ୍ରୀ ବୀମାରାଶି ବାବଦରେ କୋଟି କୋଟି ଟଙ୍କା ବୀମା କମ୍ପାନୀଗୁଡ଼ିକ ଉପରେ ବାକି ପଡ଼ିଛି । ପଶ୍ଚମ ଓଡ଼ିଶାର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଶୁଣୁନାହିଁ କେନ୍ଦ୍ର । କେନ୍ଦ୍ର ସରକାରଙ୍କ ଏପରି ଚାଷୀ ମାରଣ ନୀତି ବିରୋଧରେ ଜୋରଦାର ହୋଇଛି ଆନ୍ଦୋଳନ। ବୀମା ପ୍ରଦାନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ରାଜ୍ୟ ସରକାର ବାରମ୍ବାର ବର୍ଷିଛନ୍ତି । ଗତ ସପ୍ତାହରେ

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦିଲ୍ଲୀ ଯାଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟି ଶୀଘ୍ର ଫସଲ ବୀମା ଦେବାକୁ ଦାବି କରିଥିଲେ।

Comments are closed.