ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କୃଷ୍ଣ, ବଳରାମ ଓ ରାଧା ଚରିତ୍ର ପାଇଁ ଶିଶୁ କଳାକାର ଚୟନ କଲା ଗୋପପୁର କମିଟି

ବରଗଡ଼:ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ପ୍ରମୁଖ ଆକର୍ଷଣ ରହି ଆସିଥିବା କୃଷ୍ଣ ଏବଂ ବଳରାମ ଚରିତ୍ର ପାଇଁ ଗୋପପୁର କମିଟି ତରଫରୁ ଦୁଇ ଜଣ ଶିଶୁ କଳାକାରଙ୍କୁ ମନୋନୀତ କରାଯାଇଛି । ସବୁଦିଗରୁ ବିଚାର କରାଯାଇ କୃଷ୍ଣ ଭୂମିକା ପାଇଁ ସମ୍ରାଟ ମହାପାତ୍ରଙ୍କୁ ଏବଂ ବଳରାମ ଭୂମିକା ପାଇଁ ଶ୍ରେୟସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା ।

କୃଷ୍ଣ ଭୂମିକା ପାଇଁ ମନୋନୀତ ହୋଇଥିବା ସମ୍ରାଟ ଅମ୍ବାପାଲିର ସୁରେଶ ମହାପାତ୍ର ଏବଂ ମିନତୀ ଦାଶଙ୍କ ପୁତ୍ର ହୋଇଥିବା ବେଳେ ବଳରାମ ଭୂମିକା ପାଇଁ ମନୋନୀତ ଶିଶୁ କଳାକାର ଜଣକ ଅମ୍ବାପାଲିର ମହେନ୍ଦ୍ର ପୂଜାରୀ ଏବଂ ଜୟନ୍ତୀ ପୂଜାରୀଙ୍କ ସୁପୁତ୍ର । ଉଭୟେ ବରଗଡ଼ ସରସ୍ୱତୀ ଶିଶୁ ମନ୍ଦିର ହିନ୍ଦୀ ବିଭାଗରେ ଯଥାକ୍ରମେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଉଭୟ ବୟସ ୧୧-୧୨ ରହିଛି ।

ସେହିପରି ରାଧା ଭୁମିକା ପାଇଁ ବୈଷ୍ଣବୀ ବିର୍ତ୍ତିଆଙ୍କୁ ମନୋନୀତ କରାଯାଇଛି । ବାପା ପଂଚାନନ ବିର୍ତ୍ତିଆ ଓ ମା’ ଗୀତାଞ୍ଜଳି ବିର୍ତ୍ତିଆଙ୍କ ଝିଅ ବୈଷ୍ଣବୀ ନୃତ୍ୟଗୀତରେ ପାରଙ୍ଗମ ଥିବା ବେଳେ ଶାସ୍ତ୍ରୀୟ ନୃତ୍ୟ ପାଇଁ ସ୍ୱତନ୍ତ୍ର ସୁନାମ ଅର୍ଜନ କରିଛନ୍ତି । ବୈଷ୍ଣବୀ ବର୍ତ୍ତମାନ ବରଗଡ଼ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ସପ୍ତମ ଶ୍ରେଣୀ ପଢ଼ୁଛନ୍ତି ।

Comments are closed.