ନୂଆଦିଲ୍ଲୀ – ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲିଯାତ୍ରା ଚର୍ଚ୍ଚା । ଜି-୨୦ ସମ୍ମିଳନୀରେ ପାଇଁ ବାଲିରେ ପହଞ୍ଚି ଥିବା ମୋଦି ପ୍ରବାସୀ ଭାରତୀୟଙ୍କୁ ଙ୍କୁ ସମ୍ବୋଧନ କରି ବାଲିଯାତ୍ରାର ଉଦାହରଣ ଦେଇ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ହଜାର ବର୍ଷର ସଂପର୍କ ବିଷୟରେ କହିଥିଲେ। କଟକର ଐତିହାସିକ ବାଲିଯାତ୍ରା ଆୟୋଜନ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ରହିଆସିଥିବା ବାଣିଜ୍ୟକ ସଂପର୍କ ମନେପକାଇ ଦିଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବାଲିରେ ମୋଦି କହିଛନ୍ତି, ଏଠାରୁ ୧୫ ଶହ କିମି ଦୂରରେ କଟକରେ ବାଲିଯାତ୍ରା ମହୋତ୍ସବ ଚାଲିଛି । ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସମ୍ପର୍କ ସ୍ମୃତିରେ ବାଲିଯାତ୍ରା ଚାଲିଛି । ଏହି ଯାତ୍ରା ହଜାରେ ବର୍ଷ ତଳର ଦୁଇ ଦେଶର ବାଣିଜ୍ୟିକ ସମ୍ପର୍କ । ନେଟରେ ବାଲିଯାତ୍ରାର ଫଟୋ ଦେଖି ଏଠାକାର ଲୋକ ଗର୍ବିତ ଓ ଖୁସି ହେବେ ।
Comments are closed.