ଫସଲ ବୀମା ପ୍ରଦାନରେ କେନ୍ଦ୍ରର ଅବହେଳା ପ୍ରତିବାଦରେ ବିଜେଡିର ବିକ୍ଷୋଭ

ସମ୍ବଲପୁର : ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ମଙ୍ଗଳବାର ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନରେ କେନ୍ଦ୍ର ଅବହେଳା କରୁଥିବା ପ୍ରତିବାଦରେ ବିକ୍ଷୋଭ କରାଯାଇଥିଲା I ସ୍ଥାନୀୟ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କ କାର୍ଯାଳୟ ସମ୍ଭୁଖରେ ପୂର୍ବତନ ବିଧାୟିକା ତଥା ବିଜେଡି ମୁଖପାତ୍ର ଡ଼. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏବଂ ବିଜେଡି ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରମେଶ ପଟୁଆ, ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ପୂର୍ବତନ ଏସଡିଏ ଅଧକ୍ଷ ବିଜୟ ମହାନ୍ତି, ବିଶିଷ୍ଟ ଚାଷୀ ନେତା ରାମସାଗାର ସାହୁ, ବରିଷ୍ଠ ବିଜେଡି ନେତା ଆର୍ତ୍ତ ତ୍ରାଣ ମିଶ୍ର, କୁମାର ଚାନ୍ଦ ରାଉତ, ବିଜେଡି ରାଜ୍ୟ ସମ୍ପାଦକ ଦିଲୀପ ଦୁରିଆ, ବିଜୁ ମହିଳା ଜନତା ଦଳ ଜ଼ିଲ୍ଲା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ରଙ୍କ ସମେତ ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ଯୋଗଦେଇ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ବୀମା ନୀତିକୁ ତୀବ୍ର ସମାଲୋଚନା କରିଥିଲେ I କେନ୍ଦ୍ର ସରକାର ତୁରନ୍ତ ଚାଷୀ ମାନଙ୍କ ବକେୟା ଫସଲ ବୀମା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ I ଏହି ଅବସରରେ ବିଜେଡି ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ,ପୂର୍ବତନ ଜ଼ିଲ୍ଲା ପରିଷଦ ସଭାନେତ୍ରୀ ଶୋଭାଗିନୀ ନାୟକ,ବରିଷ୍ଠ ବିଜେଡି ନେତା, ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, କବିତା ପୁରୋହିତ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର, ଉଷା ପ୍ରଧାନ, ରାଜଲଷ୍ମୀ ପ୍ରଧାନ, ନିଶାନ୍ତ ବହିଦାର,ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଶୁଭ୍ରାଂଶୁ ପାଢ଼ୀ, ଜ଼ିଲ୍ଲା ପରିଷଦ ସଦସ୍ୟ ସୁଦର୍ଶନ ହରିପାଳ, ସୁମନ୍ତ୍ର ପଣ୍ଡା, ରମାକାନ୍ତ ସାହୁ, ଭୋଲା ମହତ୍ତମ, ସୁରେନ୍ଦ୍ର ବିଶ୍ୱାଳ, ପ୍ରସନ୍ନ ସାହୁ, ଜିତୁ ଗୋଡ଼ଲି, ଜିତୁ ପଟ୍ଟନାୟକ, ଭାବେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ଼. ସୁରେଶ ଚନ୍ଦ୍ର ଦଳାଇଙ୍କ ଅନୁପସ୍ଥିତରେ ସଚିବ ଦାବି ପତ୍ର ଗ୍ରହଣ କରିଥିଲେ I

Comments are closed.