ପଦ୍ମପୁର ଜିଲ୍ଲା ଦାବିରେ ଦୀପଦାନ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଗଲେ ପ୍ରତିନିଧି ଦଳ

ବରଗଡ଼: ତେଜୁଛି ଆନ୍ଦୋଳନ, ସାମିଲ ହେଉଛନ୍ତି ବିଭିନ୍ନ ଅନୁଷ୍ଠାନ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଯାହାକୁ ପଦ୍ମପୁରର ସମସ୍ତ ସଂଗଠନ ସମର୍ଥନ ଜଣାଇଛନ୍ତି । ଏନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ମଧ୍ୟ ଜାରି ରହିଛି ।ସହରର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଜିଲ୍ଲା ମାନ୍ୟତା ଦାବିରେ ନବୀନ ନିବାସକୁ ଯାଇଥିବା ବେଳେ ଏପଟେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନେହେରୁ ଗଳି ପାଖ କାଳୀ ମନ୍ଦିରରେ ସାମୂହିକ ଦୀପ ଦାନ କରିବା ସହ ମାଁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

Comments are closed.