କଳାଧନ କୁବେର ଯନ୍ତ୍ରୀ ରବିନାରାୟଣ ପଣ୍ଡା ଗିରଫ, ୬ କୋଟିରୁ ଅଧିକ ସଂପତ୍ତି ଠାବ

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କର ବିଭିନ୍ନ ଠିକଣାରେ ଚଢ଼ାଉ କରି ୬ କୋଟିରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ସୋମବାର ଦିନ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢ଼ାଉ ଗତକାଲି ମଧ୍ୟ ଜାରି ରହିଥିଲା । ରବିନାରାୟଣଙ୍କର ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ, ୧୨ଟି ପ୍ଲଟ ଠାବ ହୋଇଛି । ଏହାବାଦ କେଜିଏ ସୁନା, ୧.୨ କୋଟିର ବ୍ୟାଙ୍କ ଜମା ବି ମିଳିଛି ।

Comments are closed.