ଛୁଆ ହାତୀ ମୃତ୍ୟୁ ଘଟଣାରେ ୪ ଗିରଫ

ବୁଗୁଡ଼ା: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବେଲପଡା ଗ୍ରାମ ନିକଟ ଧାନ କିଆରିରୁ ଛୁଆ ହାତୀର ମୃତଦେହ ଠାବ ଘଟଣାରେ ୪ ଜଣଙ୍କୁ ବନ ବିଭାଗ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଲପଡା ଗ୍ରାମର ପୂର୍ଣଚନ୍ଦ୍ର ନାୟକ (୪୭), ମହେଶ୍ଵର ନାୟକ (୫୦), କୃଷ୍ଣଚନ୍ଦ୍ର ନାୟକ (୩୫) ଓ ଭିକାରୀ ସ୍ବାଇଁ (୩୫)। ଏହି ଘଟଣାରେ ଆଉ ଜଣେ ଫେରାର୍ ଥିବା ଜଣାଯାଇଛି। ଏ ନେଇ ବୁଗୁଡା ବନ ବିଭାଗ ପକ୍ଷରୁ କେସ୍ ନମ୍ବର ୨୫୬/୨୦୨୨ – ୨୩ ରୁଜୁ ହୋଇଥିବା ଏସିଏଫ୍ ପ୍ରଭାକର ନାୟକଙ୍କ ସୂତ୍ରରୁ ପ୍ରକାଶ। ଗତ ସୋମବାର ସକାଳେ ହାତୀ ଛୁଆର ମୃତଦେହ ଠାବ କରାଯାଇଥିଲା। ବିଦ୍ୟୁତ୍ ଫାସରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଥିଲେ ଶବ ବ୍ୟବଚ୍ଛେଦ କରିଥିବା ସ୍ଥାନୀୟ ପଶୁ ଚିକିତ୍ସକ।

Comments are closed.