ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ସନ୍ଧ୍ୟା ୫ଟା ୩୦ ମିନିଟରେ ମନ୍ତ୍ରୀ ପରିଷଦ ଓ ସନ୍ଧ୍ୟା ୫ଟା ୪୫ମିନିଟ୍‍ରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଚଳିତ ମାସ ୨୪ ତାରିଖରୁ ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଆଜିର ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ବେଶ୍ ଗୁରୁତ୍ଵପୂର୍ଣ୍ଣ ମନେ କରାଯାଉଛି । ରାଜ୍ୟ ସରକାର ଆଣିବାକୁ ଥିବା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ବିଧେୟକକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯିବ। ମନ୍ତ୍ରୀ ପରିଷଦ ବୈଠକ ପରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ୯ରୁ ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିବ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, କ୍ରୀଡ଼ା ଓ ଯୁବ ସେବା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା , ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଅର୍ଥ ଏବଂ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହେବ ।

Comments are closed.