ପଦମପୁର ଉପନିର୍ବାଚନ : ଆଜି ପ୍ରାର୍ଥୀପତ୍ର ଯାଞ୍ଚ, ଜମିବ ପ୍ରଚାର

ପଦମପୁର – ଆଜି ପଦମପୁର ଉପନିର୍ବାଚନ ପାଇଁ ଦାଖଲ ହୋଇଥାଏ ପ୍ରାର୍ଥିପତ୍ରଗୁଡିକର ଯାଞ୍ଚ ହେବ । ଆସନ୍ତା ୨୧ ତାରିଖ ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏଣେ ଆଜିଠୁ ପ୍ରଚାର କାର୍ଯ୍ୟ ଜୋର ଧରିବ । ବିଧିବଦ୍ଧ ଭାବେ ସବୁ ଦଳର ପ୍ରାର୍ଥୀ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଗତକାଲି ବିଜେଡି, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ମୋଟ ୧୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସରୁ ସତ୍ୟଭୂଷଣ ସାହୁ ନାମାଙ୍କନ ଭରିଥିଲେ । ଆସନ୍ତାମାସ ୫ ତାରିଖରେ ପଦମପୁର ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ।

Comments are closed.