ଲୋକ ମହୋତ୍ସବ ୨୦୨୩, ସମ୍ବଲପୁରର ଆୟୋଜକ କମିଟିର ପ୍ରଥମ ବୈଠକ

ସମ୍ବଲପୁର: ଲୋକ ମହୋତ୍ସବ- ୨୦୨୩,ସମ୍ବଲପୁରର ଆୟୋଜକ କମିଟିର ପ୍ରଥମ ବୈଠକ ମୁଖ୍ଯ ସଂଯୋଜକ ଗୁରୁ ରଂଜନ ସାହୁଙ୍କର ସଭାପତିତ୍ୱରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସବୁ ଉପବିଭାଗର ସଂଯୋଜକ ଏବଂ ସହ ସଂଯୋଜକ ମାନେ ସାମିଲ ହୋଇଥିଲେ । ୧୯୯୭ ମସିହାରେ ରାଜ୍ଯରେ ପ୍ରଥମକରି ଲୋକ ମହୋତ୍ସବ, ସମ୍ବଲପୁର ଆରମ୍ଭ ହୋଇଥିଲା। ସେଥିପାଇଁ ଚଳିତ ଥର ୨୫ ବର୍ଷିୟ ଲୋକ ମହୋତ୍ସବ-ସମ୍ବଲପୁର କୁ ଆହୁରି ଆକର୍ଷଣୀୟ କରିବା ପାଇଁ ସବୁ ଆୟୋଜନ କମିଟି ସଦସ୍ଯ ମତ ପ୍ରକାଶ କରିଥିଲେ।

ବୈଠକରେ ଚଳିତ ବର୍ଷ ଲୋକ ମହୋତ୍ସବ ଆୟୋଜନ ପାଇଁ ଦେଢ ମାସ ସମୟ ରହିଥିବାରୁ ଆୟୋଜନକୁ ଭବ୍ୟ କରିବା ପାଇଁ ଅଂଟା ଭିଡିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ପିଏଚଡି ପଡିଆରେ ଲୋକ ମହୋତ୍ସବ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଇଥିଲା। ବିଗତ ଦିନରେ ଲୋକ ମହୋତ୍ସବରେ ଜଡିତ ରହିଥିବା ଦିବଂଗତ କର୍ମକର୍ତ୍ତା ଏବଂ କଳାକାର ମାନଂକୁ ସମ୍ମାନ ଦେବାପାଇଁ ମତ ପ୍ରକାଶ ପାଇଥିଲା। ଚଳିତ ବର୍ଷ ହକି ବିଶ୍ବକପ ଏବଂ ପଲ୍ଲିଶ୍ରୀ ମେଳା ମଧ୍ଯ ସମ୍ବଲପୁର ଲୋକ ମହୋତ୍ସବ ସହ ଆୟୋଜନ ହେଉଥିବାରୁ ବିଭିନ୍ନ ଆୟୋଜକଙ୍କ ମଧ୍ଯରେ ସମନ୍ବୟ ରକ୍ଷା କରିବାକୁ ଆଲୋଚନା ହୋଇଥିଲା। ଚଳିତ ବର୍ଷ ବ୍ଲକ ସ୍ତରରୁ ଆରମ୍ଭ କରି ଆନ୍ତର୍ଜାତୀୟ ସ୍ରରର କଳାକାର ମାନଂକୁ ସାମିଲ କରାଯିବା ପାଇଁ ଯୋଜନା ରହିଥିବା ମୁଖ୍ଯ ସଂଯୋଜକ ସୁଚନା ଦେଇଥିଲେ। ଅନ୍ୟତମ ସଂଯୋଜକ ଅନୁପ ତରିଆ ଆଲୋଚନା ର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦିପକ କୁଲ୍ଲୁ ଧନ୍ଯବାଦ ଅର୍ପଣ କରିଥିଲେ।

Comments are closed.