ସହିଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିବୀର ସହିଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଜ ଅଗାଢ଼ ଦେଶପ୍ରେମ ଏବଂ ନିରୀହ ଆଦିବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ସହିଦ ଲକ୍ଷ୍ମଣ ନାଏକଙ୍କ ଜୀବନବ୍ୟାପୀ ସଂଗ୍ରାମ ସମସ୍ତଙ୍କ ପାଇଁ ଚିର ଆଦର୍ଶ ହୋଇ ରହିବ।

Comments are closed.