ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଗତକାଲି ଯୋଡାମ୍ବ ଜଙ୍ଗଲରେ ଅପରେସନ ବେଳେ ମାଟି ତଳେ ପୋତା ହୋଇଥିବା ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରିଛି ପୋଲିସ।

ଗ୍ରାମବାସୀଙ୍କ ସହାୟତାରେ ମାଟି ଖୋଳି ଗୋଟିଏ ଲେଖାଏଁ ବନ୍ଧୁକ ଓ ପିସ୍ତଲ ସହ ୭୪ ପ୍ରକାର ମାଓ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଏବଂ ଡିଭିଏଫର ମିଳିତ କମ୍ବିଂ ଅପରେସନ ବେଳେ ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ରକେଟ ଲଞ୍ଚର, ବାଇନା କୁଲାର ସମେତ ବହୁ ସଂଖ୍ୟକ ଟିଫିନ୍, ବିଦ୍ୟୁତ ତାର, ସାଲାଇନ୍ ବୋତଲ, ମାଓ ପୋଷାକ, ଜୋତା, ମାଓ ବ୍ୟାନର ଓ ପ୍ରଚାର ପୁସ୍ତିକା ପ୍ରଭୃତି ରହିଛି।।

Comments are closed.