ପଦ୍ମପୁର ଉପନିର୍ବାଚନ: ଆରମ୍ଭ ହେଲା ପୋଷ୍ଟାଲ ବାଲାଟ୍‌ ଭୋଟ୍ ଗ୍ରହଣ

ବରଗଡ଼ ୨୪/୧୧: ଗୁରୁବାର ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ପ୍ରଥମ ଥର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୧ ଟି ମାଇକ୍ରୋ ଅବଜର୍ଭର ଟିମ ଗଠନ କରାଯାଇ ପୁଲିଙ୍ଗ ଅପିସରଙ୍କ ମାଧ୍ୟମରେ ଗାଁ କୁ ଗାଁ ଯାଇ ୮୦ ବର୍ଷ ଏବଂ ଅଧିକ ବର୍ଷୀୟ ଭୋଟରମାନଙ୍କ ଠାରେ ପହଂଚି ବାଲାଟ ମାଧ୍ୟମରେ ଭୋଟ ଗ୍ରହଣ କରାଯାଇଛି। ଏହି ଭୋଟ ଆସନ୍ତା ଡିସେମ୍ୱର ୮ରେ ଗଣତି ପ୍ରକ୍ରିୟାରେ ସାମିଲ ହୋଇ ସମସ୍ତ ଭୋଟ ଗଣତି ହେବା ଫରେ ଫଳାଫଳ ଘୋଷଣା ହେବ ବୋଲି କୁହାଯାଇଛି।

Comments are closed.