ଅର୍ଚ୍ଚନା ନାଗ ମାମଲାରେ ଇଡିରେ ପୁଣି ଥରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର -ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାର ଖୋଳତାଡ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ପୁଣି ଥରେ ହାଜର ହୋଇଛନ୍ତି ଅର୍ଚ୍ଚିନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି । ପୂର୍ବରୁ ଅକ୍ଷୟ ପରିଜାଙ୍କ ସହ ମୁହାଁମୁହିଁ ଜେରା କରାଯିବା ପରେ ଆଜି ପୁଣି ଥରେ ପଚରାଉଚରା ଆରମ୍ଭ କରିଛି ଇଡି ।

ଅର୍ଚ୍ଚନା ନାଗ ମାମଲା ଇଡି ହାତକୁ ନେବା ପରେ ତଦନ୍ତକୁ ଜୋରଦାର କରିଛି । ପ୍ରଥମେ ଅର୍ଚ୍ଚନାଙ୍କ ବାପାଙ୍କୁ ଜେରା କରିବା ପରେ ଜଗବନ୍ଧୁଙ୍କ ଭାଇଙ୍କୁ ଜେରା କରିଥିଲା ଇଡି । ଏହାପରେ ଜଣେ ବ୍ୟବସାୟୀ ଓ ଅର୍ଚ୍ଚନା ଚଳାଉଥିବା କାର ଶୋ ରୁମର ମାଲିକକୁ ପଚରାଉଚରା କରାଯାଇଥିଲା । ଗତ ବୁଧବାର ଦ୍ବିତୀୟ ଥର ପାଇଁ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହଁ ଜେରା କରିଥିଲା ଇଡି । ଏହା ପରେ ଆଜି ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହେବା ପରେ ଶ୍ରଦ୍ଧାଞ୍ଜଳିକୁ ପଚରାଉଚରା କରାଯାଉଛି ।

Comments are closed.