ରାଜଧାନୀରେ ମର୍ଣ୍ଣିଂ ୱକରଙ୍କୁ ଲୁଟୁଥିବା ଗ୍ୟାଙ୍ଗର ୪ ସଦସ୍ୟ ଗିରଫ | News Room Odisha

ରାଜଧାନୀରେ ମର୍ଣ୍ଣିଂ ୱକରଙ୍କୁ ଲୁଟୁଥିବା ଗ୍ୟାଙ୍ଗର ୪ ସଦସ୍ୟ ଗିରଫ

ଭୁବନେଶ୍ୱର – ରାଜଧାନୀରେ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ସୁନା ଚେନ୍‌ ଓ ମୋବାଇଲ୍‌ ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ। ସେମାନଙ୍କଠାରୁ ୧୭୧ ଗ୍ରାମ ସୁନା, ବାଇକ୍‌ ଓ ୪ଟି ମୋବାଇଲ ଫୋନ ଜବତ କରାଯାଇଛି।
ଏହି ଲୁଟେରା ଗ୍ୟାଙ୍ଗ ମହିଳାମାନଙ୍କ ଅଧିକ ଟାର୍ଗେଟ କରୁଥିଲେ। ଲିଙ୍ଗରାଜ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି।