ଓଡ଼ିଶାକୁ ଶ୍ରେଷ୍ଠ ନିବେଶ ରାଜ୍ୟ କରିବାକୁ ଫିକିର ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଭାରତୀୟ ଶିଳ୍ପ ଓ ବାଣିଜ୍ୟ ମହାସଂଘ – ଫିକି ସହ ଓଡ଼ିଶା ସରକାରଙ୍କର ସଂପର୍କ ଭଲ ରହି ଆସିଛି । ‘ମେକ ଇନ୍ ଓଡ଼ିଶା କନକ୍ଳେଭ’କୁ ଅଧିକ ସଫଳ କରିବାରେ ଫିକିର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନଶକ୍ତି ମାଧ୍ୟମରେ ରାଜ୍ୟ ସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ କାମ କରୁଛନ୍ତି । ତୃଣମୂଳସ୍ତରରୁ ମହିଳା ଉଦ୍ୟୋଗୀ ସୃଷ୍ଟି ସହ ସେମାନଙ୍କୁ ତାଲିମ ଦେବାକୁ ଫିକି ହାତ ବଢ଼ାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ନିବେଶସ୍ଥଳୀ ଭାବେ ଗଢ଼ି ତୋଳିବାକୁ ଫିକି ସବୁ ପ୍ରକାର ସହଯୋଗ କରୁ ବୋଲି ସଂସ୍ଥାର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ଭାରତରେ ବ୍ୟବସାୟ, ବାଣିଜ୍ୟ ଓ ଶିଳ୍ପାୟନରେ ଓଡ଼ିଶା ସବୁଠୁ ଆଗରେ । ତେଣୁ ଓଡ଼ିଶାକୁ ପୁଞ୍ଜିପତିଙ୍କ ପ୍ରଥମ ପସନ୍ଦ ଭାବେ ଗଢ଼ି ତୋଳିବାକୁ ନବୀନ ଫିକିକୁ ଅନୁରୋଧ କରିଛନ୍ତି ।

Comments are closed.