ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ହୋଟେଲ ବ୍ୟବସାୟୀ

ଭୁବନେଶ୍ୱର – ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ସେ ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତାଙ୍କୁ ଇଡିରେ ହାଜର ହେବାକୁ ପୂର୍ବରୁ ସମନ ଜାରି ହୋଇଥିଲା।

ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବ ପ୍ରସାଦଙ୍କୁ ପଚରାଉଚରା କରିବ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖରେ ଅର୍ଚ୍ଚନା ସହଯୋଗୀ ଶ୍ରଦ୍ଧାଞ୍ଜଳି ଇଡିରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା। ପ୍ରଯୋଜକ ଅକ୍ଷୟ ପରିଜା, ବ୍ୟବସାୟୀ, ଅମୀୟକାନ୍ତ ଦାସ, ପ୍ରଯୋଜକ ପ୍ରମୋଦ ସ୍ୱାଇଁ
ପ୍ରମୁଖଙ୍କୁ ମଧ୍ୟ ଜେରା କରିଛି ଇଡି ।

Comments are closed.