ପରଲୋକରେ ଅଭିନେତ୍ରୀ ଝରଣା ଦାସ

କଟକ – ଓଡ଼ିଆ ସିନେମାର ସୁପରିଚିତ ଅଭିନେତ୍ରୀ ଝରଣା ଦାସଙ୍କ ଦେହାନ୍ତ ହୋଇଯାଇଛି। ୮୨ ବର୍ଷ ବୟସରେ କଟକ ସ୍ଥିତ ବାସଭବନରେ ଆଖି ବୁଝିଛନ୍ତି ଝରଣା ଦାସ । ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମେ ସେ ଅଭିନୟ କରିଥିଲେ ଝରଣା। କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ ।

ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଫଟୋଗ୍ରାଫି ଦୀପକ ଦାସଙ୍କୁ ସେ ବିବାହ କରିଥିଲେ ।

୬୦ ଦଶକର ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା ଦାସ। ରେଡିଓରେ ସଂଳାପ ମାଧ୍ୟମରେ ସେ ବେଶ ପରିଚିତ ହୋଇଥିଲେ। ସେ ଅଲ୍‌ ଇଣ୍ଡିଆ ରେଡିଓ ଓ ଦୂରଦର୍ଶନରେ କାମ କରିଛନ୍ତି। ଝରଣା ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ‘ଅମଡ଼ା ବାଟ’, ‘ମଲା ଜହ୍ନ’ ଓ ‘ଅଦିନ ମେଘ’ ଆଦି ଫିଲ୍ମରେ ସେ ଅଭିନୟ କରିଥିଲେ।

Comments are closed.