ମୋକ୍ଷଦା ଏକାଦଶୀ, ଏହି ବ୍ରତ ଧାରଣ କରିଲେ ସବୁ ମାନସିକ ରୋଗ କଷ୍ଟ ଦୂର ହୋଇଥାଏ 

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିକୁ ମୋକ୍ଷଦା ଏକାଦଶୀ କୁହାଯାଏ । ଏହି ଏକାଦଶୀ କୁ ମଧ୍ୟ ମାନସ ରୋଗ ନିବାରଣ ଏକାଦଶୀ, ମୋକ୍ଷଦାୟିନୀ ଏକାଦଶୀ, ମୋହନାସକ, ଶୁଦ୍ଧ ଏକାଦଶୀ, ଆଦି ନାମରେ ନାମିତ କରାଯାଇଛି ।ମୋକ୍ଷଦା ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ବ୍ରତ ଧାରଣ କରିଲେ ସବୁ ମାନସିକ ରୋଗ ଏବଂ କଷ୍ଟ ଦୂର ହୋଇଥାଏ ।ସବୁ ପାପ ମଧ୍ୟ ନଷ୍ଟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ମାର୍ଗଶୀର ମାସ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ପ୍ରଭୁ କୃଷ୍ଣ ଗୀତାର ଉପଦେଶ ଦେଇଥିଲେ । ସେଥିପାଇଁ ଏଇ ଦିନ ରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଏ ।

ମୋକ୍ଷଦା ଏକାଦଶୀର ମହତ୍ତ୍ୱ…

ମୋହ,ମାୟା ସବୁ ରୋଗର ମୂଳ କାରଣ ।ଏହା ଦ୍ୱାରା ମଣିଷ ର ଭିତର ଅଂଶ ରେ ଥିବା ଅନେକ ରୋଗ ସୃଷ୍ଟି ହୋଇଥାଏ।ମୋକ୍ଷଦା ଏକାଦଶୀ ବ୍ରତ ରଖିଲେ ଅନେକ ପ୍ରକାରର ମାନସିକ ରୋଗ ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ପଦ୍ମ ପୁରାଣ ରେ କୁହାଯାଇଛି ଯେ ମୋକ୍ଷଦା ଏକାଦଶୀ ପାପକୁ ନାଶ କରିଥାଏ ।

ମୋକ୍ଷଦା ଏକାଦଶୀ ଵ୍ରତ ପାଳନର ବିଧି:

ଏକାଦଶୀ ଦିନ ସକାଳ ସମୟରେ ନିତ୍ୟ କର୍ମ ସମାପ୍ତ ପରେ ବ୍ରତ ଧାରଣ କରିପାରିବ । ଏହା ପରେ ମୋକ୍ଷଦା ଏକାଦଶୀ ଵ୍ରତ ଧାରଣ କରିବାର ସଂକଳ୍ପ ନିଅନ୍ତୁ । ।ପୂଜା ସ୍ଥାନ ରେ ଭଗବାନ ବିଷ୍ଣୁ ଙ୍କର ପ୍ରତିମା ସ୍ଥାପନ କରନ୍ତୁ । ଏହା ପରେ ଵିଧି ପୂର୍ବକ ପୂଜାର୍ଚ୍ଚନା କରିବେ । ଏଇ ଦିନରେ ଗୀତା ଜୟନ୍ତୀ ମଧ୍ୟ ପାଳନ କରା ଯାଇଥାଏ । ଏହି ଦିନ ରେ ଗୀତ ପାଠ କରିଲେ ଉତ୍ତମ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

( ସଂଗୃହିତ )

Comments are closed.