ଜିଲ୍ଲା ଅନ୍ତର୍ନିବେଶୀ ସାଧନା କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ

ସମ୍ବଲପୁର: ଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ବୁଢ଼ାରଜା ସ୍ଥିତ ଜିଲ୍ଲା ଅନ୍ତର୍ନିବେଶୀ ସାଧନା କେନ୍ଦ୍ରକୁ ଜିଲ୍ଲାପାଳ ଅନନ୍ୟା ଦାସ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଲୋକାର୍ପିତ କରିଛନ୍ତି | ଏହି କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ବକ୍ତବ୍ୟରେ କହିଥିଲେ ଭିନ୍ନକ୍ଷମ ଆଉ ଦୟାର ପାତ୍ର ନୁହନ୍ତି ବରଂ ସମାଜରେ ସ୍ୱାଭିମାନ ସହ ବଂଚିବାର ଅଧିକାର ଅଛି ବୋଲି କହିଛନ୍ତି | ଜିଲ୍ଳା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ସହିତ ସମନ୍ଵୟ ରକ୍ଷା କରି ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି | ସୂଚନା ମୁତାବକ ସମଗ୍ର ଶିକ୍ଷା ସମ୍ବଲପୁର ଦ୍ୱାରା ପରିଚାଳିତ ହେବାକୁ ଥିବା ଜିଲ୍ଳା ସାଧନା କେନ୍ଦ୍ର ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ପାଇଁ ଏକକ ସାଧନା କେନ୍ଦ୍ର ରୂପେ କାର୍ଯ୍ୟ କରିବ | ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଭିନ୍ନକ୍ଷମ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ 4 ଜଣଙ୍କୁ ହ୍ୱିଲ୍ ଚେୟାର, 6 ଜଣଙ୍କୁ ଶ୍ରବଣ ଯନ୍ତ୍ର, ଜଣଙ୍କୁ ହ୍ୱିଲ୍ ଚେୟାର ସହିତ ବିଭିନ୍ନ ଉପକରଣ ପ୍ରଦାନ କରାଯାଇଛି | ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ଓ ଜିଲ୍ଳା ଅନ୍ତର୍ନିବେଶୀ ସଂଯୋଜକ ଅରୁଣ କୁମାର ଦାସ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମ କୁ ଅନ୍ନପୂର୍ଣ୍ଣା ଦାସ, ପ୍ରଣତୀ ମିଶ୍ର, ପୂଜାର୍ଚ୍ଚନା ମହାପାତ୍ର, ରବିନାରାୟଣ ସାହୁ, ପୁରୁଷୋତ୍ତମ ପ୍ରହରାଜ, ଆଲୋକ ଜ୍ୟୋତିଷୀ ଓ ଅନିତା ପଣ୍ଡା ପ୍ରମୁଖ ସଫଳତାର ସହ ଆୟୋଜନ ନିମନ୍ତେ ସହଯୋଗ କରିଥିଲେ |

Comments are closed.