କମିଶନରେଟ ପୋଲିସରେ ଅଦଳବଦଳ

ଭୁବନେଶ୍ବର – କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ୨୦ ଜଣ ଅଫିସରଙ୍କୁ ବଦଳି କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ ଦାୟିତ୍ୱ ଦିଆଯାଇଛି ।

ଆଇଆଇସି ମନୋଜ କୁମାର ଶତପଥୀଙ୍କୁ ସହିଦ ନଗର ଥାନା ଆଇଆଇସି ଭାବେ ବଦଳି କରାଯାଇଥିବା ବେଳେ ପି. ଶ୍ୟାମ ସୁନ୍ଦର ରାଓଙ୍କୁ ଲକ୍ଷ୍ମୀସାଗର, ଓମ ପ୍ରକାଶ ମହାନ୍ତିଙ୍କୁ ବାଲିପାଟଣା, ରାଧାକାନ୍ତ ସାହୁଙ୍କୁ ଚନ୍ଦକା ଥାନାକୁ ବଦଳି କରାଯାଇଛି । ଶୁଭଶ୍ରୀ ପଣ୍ଡାଙ୍କୁ ମହିଳା ଥାନା ଆଇଆଇସି ଦିଆଯାଇଛି।

Comments are closed.