୨୪ରୁ ୨୮ ଗୋପାଳପୁର ବିଚ୍ ଫେଷ୍ଟ

ଛତ୍ରପୁର: ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ମହୋତ୍ସବ’ ୨୨ ଅନୁଷ୍ଠିତ ହେବ। କୋଭିଡ୍ ପ୍ରକୋପ କାରଣରୁ ଗତ ଦୁଇ ବର୍ଷ ହେବ ବିଚ୍ ଫେଷ୍ଟ ଅନୁଷ୍ଠିତ ହୋଇପାରି ନଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଆଜି ଟ୍ଵିଟର୍ ଯୋଗେ ସୂଚନା ଦେଇଛନ୍ତି ଯେ କଳା, ସଂସ୍କୃତି, ପ୍ରଦର୍ଶନୀ ଓ ମନୋରଞ୍ଜନର ଅବସର ଆଣିଦେଉଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ମାସ ୨୪ ତାରିଖରୁ ଆରମ୍ଭ ହୋଇ ୫ ଦିନ କାଳ ଚାଲିବ। ବିଚ୍ ଫେଷ୍ଟ ଲୋଗୋ ମଧ୍ୟ ପୋଷ୍ଟ କରିଛନ୍ତି ଜିଲ୍ଲାପାଳ। ଏଥିସକାଶେ ପୂର୍ବରୁ ପ୍ରସ୍ତୁତି ବୈଠକ ହେବା ସହ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ପଦସ୍ଥ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଭିନ୍ନ ସରକାରୀ ବିଭାଗର ଷ୍ଟଲ ପ୍ରଦର୍ଶନୀ, ଏସ୍ଏଚଜି ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରିବଟା, ଜଳକ୍ରୀଡ଼ା, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ବଡ ସୁଯୋଗ ଆଣିଦେବ ବିଚ୍ ଫେଷ୍ଟ।

Comments are closed.