ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଦିଲ୍ଲୀ ଗସ୍ତ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଭାରତର ଜି-୨୦ ଅଧ୍ୟକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ବୈଠକରେ ଯୋଗ ଦେବେ ନବୀନ । ଜି-୨୦ର ଅନେକ ବୈଠକ ମଧ୍ୟରୁ ଗୋଟିଏ କୋଣାର୍କରେ ବି ହୋଇପାରେ।

ଆଜି ପୂର୍ବାହ୍ନ ୧୦ଟା ୫ ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ପୂର୍ବାହ୍ନ ୧୦ଟା ୧୫ ମିନିଟ୍ ସମୟରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ।

Comments are closed.