ଚାମ୍ବରରେ ଟଙ୍କା ନେଉଥିଲେ ଥାନାବାବୁ, ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର – ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଆଜି ଆଲୋକ ବେହେରା ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ଏହି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।

୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ ବେହେରା । ଏହି ମାମଲାର ଚାର୍ଜସିଟ୍‌ରେ ସେତେବେଳର ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଆସିଥିବା ଅଜିତ ପୋଲିସକୁ କହିଥିଲେ। ଅଜିତଙ୍କ ପତ୍ନୀଙ୍କ ନାଁ ଚାର୍ଜସିଟ୍‌ରୁ କାଟିବାକୁ ଆଇଆଇସି ବେହେରା ୫୦ ହଜାର ଟଙ୍କା ଦାବି କରିଥିଲେ। ଏ ନେଇ ଅଜିତ ଅସନ୍ତୋଷ ପ୍ରକାଶ କରିବା ପରେ ଶେଷରେ ୨୫ ହଜାର ଟଙ୍କାରେ ଡିଲ ହୋଇଥିଲା।

ଅସନ୍ତୁଷ୍ଟ ଅଛି ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ତେଣୁ ପୂର୍ବ ଯୋଜନା ମୁତାବକ ଟଙ୍କା ସହ ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ। ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢାଉ କରିଥିଲେ।

Comments are closed.