ଭୁବନେଶ୍ୱର – ବ୍ଲାକମେଲର ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ- ଇଡିକୁ ଅନୁମତି ଦେଇଛନ୍ତି କୋର୍ଟ | ଆସନ୍ତା ୧୩ ତାରିଖରେ ଅର୍ଚ୍ଚନାକୁ ପୁଣି ହାଜର କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ | ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଥିଲା । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଇଡି ଓକଲି ଯୁକ୍ତି ଉପସ୍ଥାପନ କରିଥିଲେ ଯେ ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି । ଟଙ୍କା ଆସିବା ପରେ ହଠାତ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି ।
ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟ ଡିଆକ୍ଟିଭେକ୍ଟ ହୋଇଛି । କୋଟି କୋଟି ଟଙ୍କା କାରବାର ହୋଇଥିବା ଇଡି ସୁରାକ ପାଇଛି । ତେଣୁ ଏହି କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ଆବେଦନ କରିଥିଲେ ।କୋର୍ଟ ୧୫ ଦିନ ବଦଳରେ ୭ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।
Comments are closed.