କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ସର୍ତ୍ତମୂଳକ ଜାମିନ

କଟକ – ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତ ନିରଞ୍ଜନ ସେଠୀଙ୍କୁ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଆବଶ୍ୟକ ସର୍ତ୍ତପୂରଣ ପରେ ନିରଞ୍ଜନଙ୍କୁ ଜାମିନ ଦେବା ପାଇଁ ତଳକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପୂର୍ବରୁ ତଳକୋର୍ଟରେ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ନିରଞ୍ଜନ। ଏବେ ଝୁନା ଭୋଇ ଓ କୃଷ୍ଣଚନ୍ଦ୍ର ରାଉତଙ୍କ ଜାମିନ ଆବେଦନ ବିଚାରାଧୀନ ରହିଛି ।
ଏକ ୱେବ ପୋର୍ଟାଲ୍‌ରେ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରୁଥିଲେ ମାନସ ସ୍ବାଇଁ । ତେବେ କୌଣସି ଏକ ବିବାଦୀୟ ଭିିଡିଓକୁ ନେଇ ମାନସକୁ ଅପହରଣ କରିନେଇଥିଲେ ୱେବ ପୋର୍ଟାଲର ମାଲିକାଣି ଓ ଅଭିଯୁକ୍ତ ନିରଞ୍ଜନ ସେଠୀ । ଏହି ଘଟଣାରେ ମୋଟ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ପୂର୍ବରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରି ସାରିଛି ପୋଲିସ । ଜୁଲାଇ 2 ତାରିଖରେ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତ ନିରଞ୍ଜନ ସେଠୀ ।

Comments are closed.