ପଦ୍ମପୁର ଉପନିର୍ବାଚନ: ୧୮ ରାଉଣ୍ଡ , ବିଜେଡି ଖାତାରେ ୩୨୪୩୮ ଭୋଟର ବଡ଼ ବ୍ୟବଧାନ

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ୧୮ ନମ୍ବର ରାଉଣ୍ଡର ଫଳାଫଳ ସାମ୍ନାକୁ ଆସିଛି । ଏହି ଖବର ପରେ ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଏକ ପ୍ରକାର ବିଜୟ ସୁନିଶ୍ଚିତ ହୋଇ ଯାଇଥିବା ବେଳେ ସମ୍ପୂର୍ଣ୍ଣ ତାଲିକାକୁ ଅପେକ୍ଷା କରାଯାଉଛି ।
ସେହିପରି ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୪୯୫୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୨୫୭୯ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୦୪ ଖଣ୍ଡ ଭୋଟ୍ ମିଳିଥିବା ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି । ମୋଟ ୩୨୪୩୮ ଖଣ୍ଡ ଭୋଟ୍ ବ୍ୟବଧାନ ନିକଟତର ପ୍ରତିଦ୍ବନ୍ଦି ଠାରୁ ରହିଛି ।

Comments are closed.