ପଦ୍ମପୁର ଉପନିର୍ବାଚନ: ୨୦ ରାଉଣ୍ଡ ଫଳାଫଳ ଘୋଷଣା,  ବିଜୟ ଦିଗରେ ବିଜେଡି

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ୨୦ ନମ୍ବର ରାଉଣ୍ଡର ଫଳାଫଳ ଘୋଷଣା ହୋଇଛି । ବିଜେଡିରୁ ବର୍ଷା ସିଂ ବରିହାଙ୍କୁ ୫୨୬୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତଙ୍କୁ ୩୫୬୬ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୫୧ ଖଣ୍ଡ ଭୋଟ୍ ମିଳିଥିବା ନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେଡିର ଭୋଟ୍ ବ୍ୟବଧାନ ନିକଟତମ ପ୍ରତିଦ୍ବନ୍ଦି ଠାରୁ ମୋଟ୍ ୩୫୧୬୭ ରହିଥିବାରୁ ବିଜେଡ଼ି ମହଲରେ ଅଦିନିଆ ଦୀପାବଳି ପାଳନ କରାଯାଉଛି ।

Comments are closed.