ପଦ୍ମପୁର ଉପନିର୍ବାଚନ: ୪୨,୦୬୫ ହଜାର ଭୋଟ ବ୍ୟବଧାନରେ ଜିତିଲେ ବର୍ଷା

ବରଗଡ଼ : ପଦ୍ମପୁର ଉପ ନିର୍ବାଚନ ଭୋଟ୍ ଗଣତି ପ୍ରକ୍ରିୟା ଶେଷ ହୋଇଛି । ପ୍ରଥମ ରାଉଣ୍ଡରୁ ବର୍ତ୍ତମାନ ଯାଏ ସବୁଥିରେ ବିଜେଡି ପ୍ରାର୍ଥୀ ଆଗରେ ରହିଥିଲେ । ୨୩ ନମ୍ବର ରାଉଣ୍ଡ ତଥା ଶେଷ ରାଉଣ୍ଡରେ ବର୍ଷା ସିଂ ବରିହାଙ୍କୁ ୪୩୪୩ ଖଣ୍ଡ ଭୋଟ୍ ମିଳିଛି । ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ଦଳରୁ ପ୍ରଦୀପ ପୁରୋହିତଙ୍କୁ ୩୦୨୩ ଖଣ୍ଡ ଓ କଂଗ୍ରେସରୁ ସତ୍ୟଭୂଷଣ ସାହୁଙ୍କୁ ମାତ୍ର ୧୧୩ ଖଣ୍ଡ ଭୋଟ୍ ମିଳିଥିବା ନେଇ ରିଟର୍ଣ୍ଣିଂ ଅଫିସର ସୂଚନା ଦେଇଛନ୍ତି ।

ଅନ୍ୟପଟେ ବିଜେଡିର ଭୋଟ୍ ବ୍ୟବଧାନ ୪୨୦୬୫ ରହିଥିବା ବେଳେ ଏହା ପୂର୍ବ ନିର୍ବାଚନ ତୁଳନାରେ ଅଧିକ ରହିଛି ।

ଏନେଇ ବିଜୟୀ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ମତାମତ ନେବାରୁ ସେ କହିଥିଲେ ଯେ ଏହା ମୋର ନୁହେଁ ପଦ୍ମପୁରବାସୀଙ୍କ ବିଜୟ । ଏହି ବିରାଟ ବିଜୟ କେବଳ ଅଞ୍ଚଳବାସୀଙ୍କ ପାଇଁ ପୂରଣ ହୋଇ ପାରିଛି ବୋଲି ଶ୍ରେୟ ଦେଲେ ।

Comments are closed.