ନିଲମ୍ବିତ ହେଲେ ସିନ୍ଧେକେଲା ଆଇଆଇସି

ବଲାଙ୍ଗୀର , ୯ / ୧୨ : ସିନ୍ଧେକେଲା ଥାନା ଅଧିକାରୀଙ୍କୁ ନିଲମ୍ବନ କଲେ ପୋଲିସ ମହାନିର୍ଦ୍ଦେଶକ । ଗତ ୪ ତାରିଖରେ ୨୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିନ୍ଧେକେଲା ଥାନା ଅଧିକାରୀ ଆଲୋକ ବେହେରା । ଆଜି ତାଙ୍କୁ ଡିଜିପି ନିଲମ୍ବନ କରିଥିବା ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାନୁଯାୟୀ , ଗତ ୪ ତାରିଖରେ ଆଇଆଇସି ଆଲୋକ ବେହେରା ଏକ ପୁରୁଣା ମାମଲାର ଚାର୍ଜସିଟରେ ଦଫା କୋହଳ କରିବାକୁ ଲାଞ୍ଚ ନେଉଥିଲେ । ବଲାଙ୍ଗିର , ବରଗଡ଼ ଏବଂ ସମ୍ବଲପୁର ଭିଜିଲାନ୍ସ ମିଳିତ ଭାବରେ ଚଢ଼ାଉ କରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏହାପରେ ଥାନା ସମେତ ବାସଭବନରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଥିଲା ।

Comments are closed.