ବିଧାୟକ ଭାବେ ଶପଥ ନେଲେ ବର୍ଷା ସିଂହ ବରିହା

ଭୁବନେଶ୍ୱର – ପଦ୍ମପୁରର ନବନିର୍ବାଚିତ ବିଧାୟକ ବର୍ଷା ସିଂହ ବରିହା ଆଜି ବିଧାନସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି । ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଶପଥ ପାଠ ବେଳେ ବିଜେଡିର ବରିଷ୍ଠ ବିଧାୟକମାନେ ଉପସ୍ଥିତ ଥିଲେ ।
ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପୁରୋହିତଙ୍କୁ ୪୨ ହଜାରରୁ ଅଧିକ ଭୋଟରେ ପରାଜିତ କରି ବିଧାୟିକ ଭାବେ ନିର୍ବାଚିତ ହୋଇଛନ୍ତି ବର୍ଷା । ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ପଦ୍ମପୁରରେ ଉପନିର୍ବାଚନ ହୋଇଥିଲା । ଆଉ ଏହି ଉପନିର୍ବାଚନରେ ବିଜେଡି ବିଜୟଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଥିଲେ ।

Comments are closed.