ଆର୍ଥିକ ପ୍ୟାକେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କ କୃତଜ୍ଞତା

ଭୁବନେଶ୍ୱର – ରାଜ୍ୟର କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନେ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ କୃତଜ୍ଞତା ଜଣାଇଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନେ କୃତଜ୍ଞତା ଜଣାଇଛନ୍ତି। ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୮ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କ ଓ ଶ୍ରମିକ ଏବଂ ଅନ୍ୟମାନଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ।

ପ୍ୟାକେଜ ଅନୁସାରେ ସମସ୍ତ କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଥମ ପର୍ଯ୍ୟାୟରେ ହଜାରେ ଟଙ୍କା ଲେଖାଏଁ ଓ ପ୍ରତ୍ୟେକ ଋତୁକାଳୀନ କର୍ମଚାରୀ ଏବଂ ବନ୍ଧାଳିମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ଦିଆଯାଇଛି । ସମସ୍ତ ତୋଳାଳୀ ଓ କର୍ମଚାରୀଙ୍କୁ ପରିଚୟପତ୍ର ଦିଆଯିବା ସହ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସେମାନଙ୍କୁ ସାମିଲ କରାଯିବ। ଏହାଛଡା ତୋଳାଳୀ ଓ ଅନ୍ୟ କର୍ମଚାରୀଙ୍କ ପିଲାମାନଙ୍କୁ ଷ୍ଟାଇପେଣ୍ଡ ମିଳିବ ।

Comments are closed.