ଲଖନପୁର ବ୍ଲକରେ ଜଳସେଚନ ପାଇଁ ପ୍ରଶାସନର ତତ୍ପରତା

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକରେ ଜଳସେଚନ ସୁବିଧାର ବିକାଶ ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଵିଧାୟିକା ଅଳକା ମହାନ୍ତିଙ୍କ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ କ୍ରମେ ଆଜି ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଆଜି ମଚିଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝା ଡ୍ୟାମକୁ ଗସ୍ତ କରି ସମସ୍ତ ସାମ୍ଭାବ୍ୟ ସ୍ଥିତି ନିରୀକ୍ଷଣ କରିଛନ୍ତି । କୁର ନାଲା ବେହେରାମୁଣ୍ଡା ( ସୁନ୍ଦରଗଡ଼ , ହେମଗିର ବ୍ଲକ, ଛତିଶଗଡ଼ ଓ ଓଡ଼ିଶାର ସୀମାନ୍ତ ରେ ଅଛି ) କିମ୍ବା ଅହୀରା ନାଲା, ଖଜୁର ବାହାଲ ( ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ) ର ପାଣିକୁ ବରଝା ଡ୍ୟାମକୁ ସଂଯୋଗ କଲେ ବିନା ବିଦ୍ୟୁତ ସାହାଯ୍ୟରେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚନ ହୋଇ ପାରିବ। ଜିଲ୍ଲାପାଳ ସମସ୍ତ ଦିଗରେ ଅଧ୍ୟୟନ କଲା ପରେ କ୍ଷୁଦ୍ର ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସମଗ୍ର ଚାଷୀ ହିତ ପାଇଁ ସରକାରଙ୍କୁ ରିପୋର୍ଟ ତଲବ କରିବେ କହିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପାଖପାଖି ସାତୋଟି ଗ୍ରାମ ପଂଚାୟତ ଯଥା-ମଚିଦା, ଅତାବିରା, ପଛଗାଁ, ଭିକମ୍ପାଲି, ପଲସଦା, କତରବଗା ଓ ଜମଗାଁ ଗ୍ରାମ ପଞ୍ଚାୟତର ୫ ରୁ ୬ ହଜାର ହେକ୍ଟର ଚାଷ ଜମି କୁ ଜଳସେଚନ ହୋଇପାରିବ ଯାହା ଫଳରେ ଚାଷୀଭାଇ ଙ୍କ ଗୋଟିଏ ଖରିପ ଫସଲ ମରୁଡ଼ି ମୁକ୍ତ ହେବ ବୋଲି ଆକଳନ କରାଯାଇଛି। ଏହି ପ୍ରକଳ୍ପ ଚାଷୀଭାଇ ଙ୍କ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ।

Comments are closed.