ଓକିଲଙ୍କ ସତ୍ୟାଗ୍ରହ ବେଳେ ଗଣ୍ଡଗୋଳ ଘଟଣାରେ ୨୯ ଓକିଲଙ୍କ ଲାଇସେନ୍ସ ବାତିଲ 

ସମ୍ବଲପୁର : ହାଇକୋର୍ଟ ବେଞ୍ଚ ଦାବିରେ ସୋମବାର ସମ୍ବଲପୁରରେ ଓକିଲଙ୍କ ସତ୍ୟାଗ୍ରହ ବେଳେ ହୋଇଥିବା ଅପ୍ରୀତିକର ପରିସ୍ଥିତି ପାଇଁ ଜାତୀୟ ଆଇନଜୀବୀ ପରିଷଦର କଡା ପଦକ୍ଷେପ। ଆଜିର ଆନ୍ଦୋଳନ ବେଳେ ବିଚାରପତିଙ୍କ ଚ୍ୟାମ୍ବରରେ ଭଙ୍ଗାରୁଜା ସହ ପୁଲିସ ସହ ଧସ୍ତାଧସ୍ତି ଯୋଗୁଁ ଜାତୀୟ ଆଇନଜୀବୀ ପରିଷଦ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତିଙ୍କ ସମେତ ୨୯ ଜଣ ସଦସ୍ୟଙ୍କ ୧୮ ମାସ ପାଇଁ ଲାଇସେନ୍ସ ରଦ୍ଧ କରିଛନ୍ତି। ଏହି ଆନ୍ଦୋଳନ ପ୍ରସଙ୍ଗରେ ପୂର୍ବରୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ଆସିଥିଲେ।

ଏପରିକି ଆଜିର ଗଣ୍ଡଗୋଳ ପରେ ପୁଣି ସୁପ୍ରିମକୋର୍ଟ ରାଜ୍ୟ ସରକାର ପୁଲିସ ମହାନିର୍ଦ୍ଦଶେକଙ୍କୁ କଡା ଭର୍ସନା କରିଛନ୍ତି। ଯଦି କୋର୍ଟ କାର୍ଯ୍ୟକୁ ସ୍ବାଭାବିକ କରିପାରୁନ, ତାହେଲେ ଆମକୁ କୁହ ଆମେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ କରିବୁ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି। ତେବେ, ଏନେଇ ପକ୍ଷ ରଖିବାକୁ ବୁଧବାରକୁ ଦିନ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ସେପଟେ, ମଙ୍ଗଳବାର ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସତ୍ୟାଗ୍ରହ ଜାରି ରଖିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ପୁଲିସର ଆଭିମୁଖ୍ୟ ଉପରେ ନଜର ରହିଛି। ଅପରପକ୍ଷେ, ଆଜିର ଗଣ୍ଡଗୋଳ ପାଇଁ ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ନିଆଯିବ ବୋଲି ଏସପି ବାତୁଳା ଗଙ୍ଗାଧର ସୂଚନା ଦେଇଛନ୍ତି।

Comments are closed.