ରଣଜୀ ଟ୍ରଫି: ବରୋଦା ସହ ଖେଳି ଅଭିଯାନ ଆରମ୍ଭ କରିବ ଓଡ଼ିଶା

ଭୁବନେଶ୍ୱର – ଆଜିଠାରୁ ଆରମ୍ଭ ହେଉଛି ୨୦୨୨-୨୩ ରଣଜୀ ସିଜନ୍ । ଆଜି ଓଡିଶା ଶକ୍ତିଶାଳୀ ବରୋଦା ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ । ଭୁବନେଶ୍ବରର ବିକାଶ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ । ରଣଜୀ ଟ୍ରଫିରେ ଓଡ଼ିଶା ଏଥର ଗ୍ରୁପ୍‌ ‘ଏ’ରେ ସ୍ଥାନପାଇଛି। ଓଡ଼ିଶା ଓ ବରୋଦା ସମେତ ଏହି ଗ୍ରୁପର ଅନ୍ୟ ଦଳ ସବୁ ହେଲେ- ହରିୟାଣା, ଉତ୍ତର ପ୍ରଦେଶ ଓ ବଙ୍ଗଳା । ଏହା ଶକ୍ତିଶାଳୀ ଗ୍ରୁପ ହୋଇଥିବାରୁ ଆରମ୍ଭରୁ ଓଡ଼ିଶା ଭଲ ପ୍ରଦର୍ଶନ କରିବାକୁ ଚାହିଁବ। ଗତବର୍ଷ ୪ଟି ଦଳଙ୍କୁ ନେଇ ଗ୍ରୁପ୍‌ରେ ଓଡ଼ିଶା ଦଳ ଗୋଆ ସହ ମ୍ୟାଚ୍‌ ଡ୍ର ରଖିଥିବା ବେଳେ ସୌରାଷ୍ଟ୍ର ଓ ମୁମ୍ବଇଠାରୁ ଇନିଂସ ପରାଜୟ ଭୋଗିଥିଲା। ମାତ୍ର ୩ ପଏଣ୍ଟ ସହ ଓଡ଼ିଶା ତୃତୀୟ ସ୍ଥାନରେ ରହିଥିଲା।

Comments are closed.