କିଷନ ହେବେ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ନୂଆ ବଳରାମ

ବରଗଡ଼ : ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବଳରାମ ଭୂମିକାରେ କିଷନ ବିର୍ତ୍ତିଆ ଅଭିନୟ କରିବେ । ଗୋପପୁର ସାଜୁଥିବା ଅମ୍ବାପାଲି ଠାରେ ଅନୁଷ୍ଠିତ ବୈଠକରେ କିଷନଙ୍କ ନାମ ଘୋଷଣା କରାଯାଇଛି ।

ପ୍ରକାଶ ଥାଉକି, ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ ପାଇଁ ପୂର୍ବରୁ ବାଳ କଳାକାର ଶ୍ରେୟା°ସ ପୂଜାରୀଙ୍କୁ ମନୋନୀତ କରାଯାଇଥିଲା । ମାତ୍ର ଗତ ୯ ତାରିଖରେ ତାଙ୍କର ସ୍ଥାନରେ ଅକାଳ ବିୟୋଗ ଘଟିଥିଲା । ଏଣୁ ଧନୁଯାତ୍ରାରେ ତାଙ୍କ ଅଭିନୟ ପାଇଁ ନୂତନ କଳାକାର ଖୋଜାଯାଇଥିଲା । । ବୈଠକରେ ଅମ୍ବାପାଲି ଗ୍ରାମବାସୀ , ଗୋପପୁର କମିଟିର ସମସ୍ତ ସଦସ୍ୟ , କମିଟିର ଧନୁଯାତ୍ରା ସଦସ୍ୟଗଣ ଅଂଶଗ୍ରହଣ କରିଥିଲେ । ସର୍ବସମ୍ମତି ଅମ୍ବାପାଲି କ୍ରମେ ଗ୍ରାମର ଶିଶୁ କଳାକାର କିଷନ ବିତ୍ତୀଆଙ୍କୁ ଚୟନ କରାଯାଇଥିଲା । ସେ ଆସନ୍ତାକାଲି ଠାରୁ ଆଖଡ଼ାଶାଳରେ ଅଭ୍ୟାସ ଆରମ୍ଭ କରିବେ ।

Comments are closed.