ବଡ଼ଗଡ଼ – ଗଞ୍ଜାମ ଜିଲ୍ଲା ବଡଗଡ ଥାନା ତାକରଡା ଗାଁରେ ଅଘଟଣ । ପାଇଖାନା ଟାଙ୍କିରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଛି । ମୃତକ ସିଦ୍ଧପୁର ଗାଁର ବସୁମତୀ ସେଠୀ ଓ କାଳିଆଗୁଡ଼ା ଗାଁର ଦିବ୍ୟା ସେଠୀ । ଉଭୟଙ୍କର ବୟସ ୫ବର୍ଷ ହୋଇଥିବା ଜଣାପଡିଛି। ଏହି ଘଟଣାରେ ସମଗ୍ର ଅଞ୍ଚଳ ଶୋକଗ୍ରସ୍ତ ହୋଇପଡିଛି ।
ସୂଚନା ଅନୁଯାୟୀ ମାମୁ ଘର ତାକରଡ଼ାକୁ ଉଭୟେ ଆସିଥିବାବେଳେ ଘଟିଛି ଅଘଟଣ । ଉଭୟ ସାଙ୍ଗହୋଇ ଏକ ପୁରୁଣା ପାଇଖାନା ଟାଙ୍କି ଉପରେ ଖେଳୁଥିବାବେଳେ ତାହା ଭୁଶୁଡ଼ି ପଡ଼ିଥିଲା । ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଡାକ୍ତର ଦୁଇ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ।
Comments are closed.