ଶ୍ରୀକୃଷ୍ଣଚନ୍ଦ୍ର ବସ୍ତ୍ରାଲୟରେ ଜିଏସଟି ରେଡ଼

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି-ବଲାଙ୍ଗୀର ଏନଏଚ ୨୬ ଭୁଲିଆପଡ଼ା ସ୍ଥିତ ଶ୍ରୀକୃଷ୍ଣ ବସ୍ତ୍ରାଲୟ ଉପରେ ଜିଏସଟି ବିଭାଗ ପକ୍ଷରୁ ରେଡ଼ କରାଯାଇଛି । ଜିଏସଟି ଫାଙ୍କିବା ଅଭିଯୋଗରେ ଶ୍ରୀକୃଷ୍ଣ ବସ୍ତ୍ରାଲୟର ମୋଟ ପାଞ୍ଚଟି ଦୋକାନ ଉପରେ ଏକକାଳୀନ ଭାବେ ଏହି ଚଢଉ କରାଯାଇଛି ।

ଡେପୁଟି କମିଶନର ରଜନୀକାନ୍ତ ସେଠଙ୍କ ନେତୃତ୍ୱରେ ସମ୍ବଲପୁର, ଝାରସୁଗୁଡା ଓ ବରଗଡ଼ରୁ ମୋଟ ୨୬ ଜଣିଆ ଟିମ ଏହି ଚଢଉରେ ସାମିଲ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ଚଢଉ ପ୍ରକ୍ରିୟା ଜାରି ରହିଥିବା ବେଳେ ଦୋକାନ ଓ ଗୋଦାମ କାଗଜପତ୍ର ଯାଞ୍ଚ କରାଯାଉଛି ।

ତେବେ ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଥିବା ପ୍ରତିଷ୍ଠିତ କପଡ଼ା ତଥା ଅନ୍ୟ ଦୋକାନ ବଜାର ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି ।

Comments are closed.