ଉତ୍କଳମଣି ସ୍ମାରକୀ ସ୍ଥଳ ପରିଦର୍ଶନ କଲେ ସଂସ୍କୃତି ବିଭାଗ ଅତିରିକ୍ତ ସଚିବ, ନିର୍ମାଣାଧୀନ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର /ପୁରୀ: ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରି ସେଠାରେ ନିର୍ମାଣାଧୀନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ସ୍ମାରକୀସ୍ଥଳ ପରିଦର୍ଶନ କରିଥିଲେ । ସ୍ମାରକୀ ଭିତରେ ନିର୍ମାଣାଧୀନ ମନ୍ଦିର , ସପିଙ୍ଗ କେନ୍ଦ୍ର , ପାକିଂସ୍ଥଳୀ , ଉତ୍କଳମଣି ଗୋପବନ୍ଧୁଙ୍କ ପୈତୃକ ଘର , ଗ୍ରାମରାସ୍ତା , ପ୍ରାକୃତିକ ଭୂଚିତ୍ର ଓ ଉଦ୍ୟାନ କାର୍ଯ୍ୟ ଏବଂ ସଂଗ୍ରହାଳୟ ଘର ସହିତ ଅନ୍ୟାନ୍ୟ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିଥିଲେ । ସ୍ମାରକୀର ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ , ବିଭାଗୀୟ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ , ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ଏବଂ ଗୋପବନ୍ଧୁଙ୍କ ନାତି ଶ୍ରୀ ଧୀରେନ ଦାଶଙ୍କ ସମେତ ସଂପୃକ୍ତ ନିର୍ମାଣାଧିନ ସଂସ୍ଥାର ମୁଖ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Comments are closed.