ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ଚିତ୍ରକଳାରେ ସଜେଇ ହେଉଛି ମଥୁରା-ଗୋପପୁର

ବରଗଡ: ଚଳିତ ମାସ ୨୭ ରେ ଆରମ୍ଭ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ମଥୁରା ନଗରୀ ପାଳଟୁଥିବା ବରଗଡ଼ ଓ (ଗୋପପୁର) ଅମ୍ବାପାଲି ଚଳଚଞ୍ଚଳ ହୋଇପଡ଼ିଛି । ବରଗଡ଼ ସହରର ବିଭିନ୍ନ ସ୍ଥାନରେ ବଡ଼ବଡ଼ ତୋରଣ କାର୍ଯ୍ୟ ସହ ମହରାଜା କଂସଙ୍କ ରାଜ ଦରବାର ଏବଂ ଗଙ୍ଗମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ସେହିପରି ଧନୁଯାତ୍ରା ମହୋତ୍ସବ କମିଟି ତରଫରୁ ଧନୁଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ କାନ୍ଥମାନଙ୍କରେ ୱାଲ ପେଣ୍ଟିଙ୍ଗ କାର୍ଯ୍ୟ ହାତକୁ ନିଆଯାଇଛି । ବରଗଡ଼ ପୌର ପରିଷଦ ଦ୍ବାରା ଏହି କାର୍ଯ୍ୟ ପାଇଁ ଚାରୋଟି ଟିମ୍ ବରଗଡ଼ ଏବଂ ଅମ୍ବାପାଲିର କାନ୍ଥଗୁଡିକରେ ବିଭିନ୍ନ ପ୍ରକାର ଚିତ୍ର ଅଙ୍କନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଯାତ୍ରାକୁ ଆଉ ଅଳ୍ପ ଦିନ ଥିବା ବେଳେ ଚିତ୍ରକରମାନେ ଦିନରାତି ପରିଶ୍ରମ କରି ନିଜର କଳା ମାଧ୍ୟମରେ ଧନୁଯାତ୍ରା ପ୍ରତି ଦର୍ଶକ ଯେପରି ଆକୃଷ୍ଟ ହୋଇପାରିବେ ତାକୁ ନେଇ ପ୍ରଶାସ ଜାରି ରଖିଛନ୍ତି ।

Comments are closed.