୧୪୪ ଧାରା ସତ୍ତ୍ବେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହେଲା, ଖୋଲିଲା ହେଲ୍ପ ଡେକ୍ସ 

ସମ୍ବଲପୁର: କୋର୍ଟ ପରିସରରେ ୧୪୪ ଧାରା ଲାଗିବା ସତ୍ତ୍ବେ ଜନସାଧାରଣ କୋର୍ଟ କୁ ଆସି ନିଜ ନିଜ ନିଜ କୋର୍ଟ କାମ କରିପାରିବେ ବୋଲି କୋର୍ଟ କର୍ତୃପକ୍ଷ ସୂଚନା ଦେଇଛନ୍ତି | ସମସ୍ତ ପକ୍ଷ ଏବଂ ମୋକଦ୍ଦମାରେ ସମ୍ପୃକ୍ତ ବ୍ୟକ୍ତି ମାନେ ସେମାନଙ୍କର ନିଜ ମୋକଦ୍ଦମା ସମ୍ପର୍କୀୟ ପଦକ୍ଷେପ ସମ୍ପୃକ୍ତ ଅଦାଲତରେ ବିନା କୌଣସି ବାଧା ବିଘ୍ନରେ ଦାଖଲ କରୁଛନ୍ତି। ଜିଲ୍ଳା ଅଦାଲତ ତରଫରୁ ଅଦାଲତର ମୁଖ୍ୟ ଫାଟକ ନିକଟରେ ଏକ ସହାୟତ କେନ୍ଦ୍ର ଖୋଲାଯାଇଅଛି, ଯାହା ମାଧ୍ୟମରେ ମୋକଦ୍ଦମାରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅତ୍ୟାବଶ୍ୟକ ସାହାଯ୍ୟ ପ୍ରଦାନ କରାଯାଉଅଛି ବୋଲି ସିଭିଲ କୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି।

ଜିଲ୍ଲା ଅଦାଲତ ପରିସର, ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ବଲପୁର ସମ୍ମୁଖ କାର୍ଯ୍ୟାଳୟ, ପ୍ରାନ୍ତୀୟ କାରାଗାର ଏବଂ ନାରୀବନ୍ଦୀ ନିକେତନ ସମ୍ବଲପୁର ଠାରେ ମୋକଦ୍ଦମାରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଓ ବିଚାରାଧୀନ ବନ୍ଦୀମାନଙ୍କ ସାହାଯ୍ୟ ପାଇଁ “ପାରା ଆଇନଗତ ସ୍ବେଚ୍ଛାସେବୀ ” ମାନଙ୍କୁ ନିୟୋଜିତ କରାଯାଇଅଛି। କେତେକ ମୋକଦ୍ଦମାରେ ବିଭିନ୍ନ ବାର ଆସୋସିଏସନର ଓକିଲ ମାନେ ଆସି ମୋକଦ୍ଦମା ପରିଚାଳନା କରୁଛନ୍ତି। ଏହାଛଡା ଭିଡିଓ କନଫରେନସ ମାଧ୍ୟମରେ ଜାମିନ ଆବେଦନ ଶୁଣାଣି ଚାଲୁଥିବା ସିଭିଲ କୋର୍ଟ ରେଜିଷ୍ଟ୍ରର ସୂଚନା ଦେଇଛନ୍ତି। ସେପଟେ କୋର୍ଟ ପରିସରରେ ଆଜି ବି ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Comments are closed.