ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ଆଉ ୧୧ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ 

କଟକ – ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ ଆଉ ୧୧ ଜଣ ଓକିଲଙ୍କ ଲାଇସେନ୍ସ ରବ୍ଦ ହୋଇଛି । ଭାରତୀୟ ବାର୍ କାଉନସିଲ ଓକିଲଙ୍କ ଲାଇସେନ୍ସ ରବ୍ଦ କରିଛି । ସମ୍ବଲପୁର ସିଭିଲ ବାର୍ କୋର୍ଟର ରେଜିଷ୍ଟାରଙ୍କ ଚିଠି ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିସିଟିଭି ଫୁଟେଜ ଆଧାରରେ ଆନ୍ଦୋଳନକାରୀ ଓକିଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲାଇସେନ୍ସ ରବ୍ଦ ହୋଇଥିବା ଓକିଲଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି ।

ଲାଇସେନ୍ସ ରବ୍ଦ ହୋଇଥିବା ଓକିଲମାନଙ୍କୁ କୋର୍ଟ ପରିସର ମନା ହୋଇଛି । ଆନ୍ଦୋଳନର ସମ୍ପୃକ୍ତ ଓକିଲମାନଙ୍କୁ ଜବାବ ତଲବ ହୋଇଛି । ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ଜବାବ ଦେବା ପାଇଁ ନିର୍ଦ୍ଦେଶ ମିଳିଛି । ଏହାବ୍ୟତୀତ ସମ୍ବଲପୁର କୋର୍ଟରେ ଗଣ୍ଡଗୋଳ ଘଟଣାର ଯାଞ୍ଚ ପାଇଁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଫେବ୍ରୁଆରୀ ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବ ।

Comments are closed.