ଏଫଆଇଏଚ ମହିଳା ନେସନସ କପ୍ ଫାଇନାଲରେ ଆଜି ସ୍ପେନକୁ ଭେଟିବ ଭାରତ

ଭୁବନେଶ୍ୱର – ସ୍ପେନରେ ଚାଲିଥିବା ପ୍ରଥମ ଏଫଆଇଏଚ ମହିଳା ନେସନସ କପ୍ ହକି ଫାଇନାଲ ଭାରତ ଓ ସ୍ପେନ ମଧ୍ୟରେ ଖେଳାଯିବ । ଆଜି ଦୁଇ ଦଳ ମଧ୍ୟରେ ହେବ ଟାଇଟଲ ମୁକାବିଲା। ସେମିଫାଇନାଲରେ ଭାରତ, ଆୟାରଲ୍ୟାଣ୍ଡକୁ ପେନାଲଟି ସୁଟ ଆଉଟରେ ୨-୧ରେ ହରାଇଥିବା ବେଳେ ସ୍ପେନ, ଜାପାନକୁ ୧-୦ ଗୋଲରେ ପରାସ୍ତ କରିଥିଲା । ଆଜିର ଫାଇନାଲ ମ୍ୟାଚର ବିଜେତା ଟିମ୍ ହଁ ୨୦୨୩-୨୪ ଏଫଆଇଏଚ ହକି ପ୍ରୋ ଲିଗ୍ ପାଇଁ ଯୋଗ୍ୟତା ହାସଲ କରିବ ।
ସବିତା ପୁନିଆଁ ନେତୃତ୍ଵାଧୀନ ଭାରତୀୟ ମହିଳା ହକି ଦଳ ଚଳିତ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ର‌ହିଛି । ଦଳ ଚିଲି, ଜାପାନ ଓ ଦକ୍ଷିଣ ଆଫ୍ରିକାକୁ ହରାଇଛି ।

Comments are closed.