ଭିସୁଟରେ ଗଣ୍ଡଗୋଳ, ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ସିକ୍ଯୁରିଟି ଅଫିସର ଆହତ

ସମ୍ବଲପୁର – ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ- ଭିସୁଟରେ ଗଣ୍ଡଗୋଳ । ଭିସୁଟରେ ନିୟୋଜିତ ସୁରକ୍ଷାସଂସ୍ଥାର ସୁରକ୍ଷକର୍ମୀଙ୍କ ଆକ୍ରମଣରେ ସେହି ସଂସ୍ଥାର ସିକ୍ୟୁରିଟି ଅଫିସର ଗୁରୁତର ଆହତ ହୋଇଛନ୍ତି । ସିକ୍ୟୁରିଟି ଅଫିସର ଜଣଙ୍କ ହେଲେ ଭାରତୀୟ ସେନାର ଜଣେ ପୂର୍ବତନ ସୈନିକ ସୁରେଶ ଲାମା ।

ସିକ୍ୟୁରିଟି ସଂସ୍ଥାର ଓଡିଶା ଶାଖା ପରିଚାଳକ ଗତକାଲି ବୁର୍ଲା ଭିସୁଟ ପରିଦର୍ଶନ ପାଇଁ ଆସିଥିଲେ । ଏହି ସମୟରେ ସୁରେଶ ଲାମା ତାଙ୍କ ସହିତ ଥିଲେ । ସେଠାରେ କାର୍ଯ୍ୟରତ ପ୍ରାୟ ୨୦ରୁ ୨୫ ଜଣ ସିକ୍ୟୁରିଟି ଗାର୍ଡ ପହଞ୍ଚି କୌଣସି ଆଲୋଚନା ନକରି ଶାଖା ପରିଚାଳକଙ୍କ ଡ୍ରାଇଭରକୁ ମାଡ଼ ମାରିଥିଲେ । ସୁରେଶ ସେମାନଙ୍କୁ ବାରଣ କରିବାରୁ ସିକ୍ୟୁରିଟି ଗାର୍ଡ ସୁରେଶଙ୍କୁ ନିସ୍ତୁକ ପିଟିଥିଲେ । ଆକ୍ରମଣରେ ସୁରେଶ ଗୁରୁତର ହୋଇଥିଲେ ମଧ୍ୟ କୌଶଳକ୍ରମେ ଭିସୁଟରୁ ଆସି ବୁର୍ଲା ଭୀମସାରରେ ଚିକିତ୍ସିତ ହୋଇଥିଲେ । ପରେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ସୁରେଶ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସିକ୍ୟୁରିଟି ଗାର୍ଡମାନେ ନିୟମିତ ଡ୍ୟୁଟି ନ କରୁଥିବାରୁ ସେମାନଙ୍କ ଦରମା କାଟି ଦିଆଯାଇଥିଲା ।

Comments are closed.