ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟୋବାର୍ଷିକ ସମ୍ମିଳନୀ

ବଲାଙ୍ଗିର- ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ତ୍ରୟୋବାର୍ଷିକ ସମ୍ମିଳନୀ ବଲାଙ୍ଗିର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଆମନ୍ତ୍ରିତ ମୁଖ୍ୟ ଅତିଥି ଏନ୍‌ଏଫ୍‌ଆରଆର୍‌ବିଇର ସାଧାରଣ ସଂପାଦକ ଶିବକରନ ଦ୍ୱିବେଦୀ ଓ ମୁଖ୍ୟ ବକ୍ତା ଭାବେ ଏନ୍‌ଏଫ୍‌ଆରଆର୍‌ବିଓ ର ସାଧାରଣ ସଂପାଦକ ସାୟଦ ଖାନ ଉପସ୍ଥିତ ଥିଲେ । ପ୍ରାରମ୍ଭରୁ ସମସ୍ତଙ୍କୁ ସ୍ୱାଗତ ବାର୍ତ୍ତା ସହ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସଭାପତି ସାଥୀ ସତ୍ୟନାରାୟଣ ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ଆମନ୍ତ୍ରିତ ଅତିଥି ଭାବେ ଏନ୍‌ଏଫ୍‌ଆରଆରବିଇ ଯୁଗ୍ମ ସାଧାରଣ ସଂପାଦକ ସଚିକାନ୍ତ ପାତ୍ର, କୋଶଲ ରାଜ୍ୟ ଆବାହକ କମିଟି ବଲାଙ୍ଗିରର ପ୍ରମୋଦ ମିଶ୍ର, ଆକ୍ସନ କମିଟି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀ, ଆବାହକ ୟୁଟିୟୁବି ବଲାଙ୍ଗିର ବିଭୁଦତ୍ତ ମିଶ୍ର, ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଫିସରର୍ସ ସଂଘର ସାଧାରଣ ସଂପାଦକ ସିତିକଣ୍ଠ ମିଶ୍ର, ଅବସରପ୍ରାପ୍ତ ସଂଘର ସାଧାରଣ ସଂପାଦକ ଯୁଗଲ କିଶୋର ପଟେଲ ଏବଂ ସଭାପତି ଦ୍ୱାରିକାନାଥ ପଟେଲ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସଂପାଦକ ପୁଲିନ ମିଶ୍ର ସଂଘର ଭବିଷ୍ୟତ ଯୋଜନା ସଂପର୍କରେ ଉପସ୍ଥିତ ସଭ୍ୟଙ୍କୁ ଅବଗତ କରାଇଥିଲେ ଓ ସଭାକାର୍ଯ୍ୟ ପରିଚାଳନାର ଦାୟିତ୍ୱ ତୁଳାଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସଂଘର ଆଗାମୀ ଦିନର କର୍ମକର୍ତ୍ତା ଚୟନ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା । ସଭାପତି ପୁଲିନ ମିଶ୍ର, କାର୍ଯକାରୀ ସଭାପତି ଅଭିଜିତ ଗଡତ୍ୟା, ସାଧାରଣ ସଂପାଦକ ହୃଷିକେଶ ପାତ୍ର, ଉପ-ସଭାପତି ବେଣୁଧର ସେଠୀ, ଲତିକା ସେଠ, ଡେପୁଟି ସାଧାରଣ ସଂପାଦକ ଆଲୋକ ପ୍ରଧାନ, ଅତିରିକ୍ତ ସାଧାରଣ ସଂପାଦକ ରୋହିତ ପଟ୍ଟନାୟକ, ବାବୁଲା ସ୍ୱାଇଁ, ପ୍ରତାପ ଚନ୍ଦ୍ର ସାହୁ, ସାଂଗଠନିକ ସଂପାଦକ ସାନୁଜିତ ମିଶ୍ର, ଅତିରିକ୍ତ ସାଂଗଠନିକ ସଂପାଦକ ବିଶ୍ୱ ରଂଜନ ସାହୁ, ଅଫିସ ସଂପାଦକ ସିଦ୍ଧାର୍ଥ ମହାପାତ୍ର, କୋଷାଧ୍ୟକ୍ଷ ରୋଶନ ମିଶ୍ର, ଅତିରିକ୍ତ କୋଷାଧ୍ୟକ୍ଷ ଭାବଜ ବିଭୁଦତ୍ତ ପଣ୍ଡା ଓ ଅନ୍ୟ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ ।

ଓଡିଶାର ୧୭ଟି ଜିଲ୍ଲାର ପ୍ରାୟ ୬୦୦ ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ସମ୍ମିଳନୀରେ ଯୋଗ ଦେଇଥିଲେ ।

Comments are closed.