ପାରଳାଖେମୁଣ୍ଡିରୁ ଚାଲାଣ ବେଳେ ୨୦ରୁ ଅଧିକ କଇଁଛ ଉଦ୍ଧାର

ପାରଳାଖେମୁଣ୍ଡି : ବେଆଇନ ଭାବେ ଚୋରାଚାଲାଣ ବେଳେ ଗଜପତି ଜିଲ୍ଲା ବନ ବିଭାଗ ଉଦ୍ଧାର କରିଛି ୨୦ରୁ ଅଧିକ କଇଁଛ।‌ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମତ୍ସ୍ୟ ଅଧିକାରଙ୍କ କାର୍ଯ୍ୟାଳୟ ନିକଟରେ ସୋମବାର ଏହି ଧରପଗଡ଼ କରାଯାଇଛି। ଜଣେ ବ୍ୟକ୍ତି ଏକ ଦୁଇଚକିଆ ଗାଡ଼ି ଯୋଗେ ବ୍ୟାଗରେ ଲୁଚାଇ କଇଁଛ ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ଆଗରେ କାବୁ କରିନେଇଥିଲେ। ଘଟଣାସ୍ଥଳରେ ବନ୍ୟ ବିଭାଗ କର୍ମଚାରୀମାନେ ପହଞ୍ଚି କଇଁଛ ଗୁଡ଼ିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comments are closed.